କଂଗେସ ଖୋଜୁଛି ପରିଚୟ _ବିଜେପି
କଂଗେସ ଖୋଜୁଛି ପରିଚୟ _ବିଜେପି
ଇଡି ଅଫିସ୍ ଆଗରେ ଟେଣ୍ଡ ପକାଇ, ଫଟୋ ଉଠାଇ କଂଗ୍ରେସର ନେତାମାନେ ‘ପଲିଟିକାଲ ଷ୍ଟଂଟ’ କରୁଛନ୍ତି
କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ନେତାମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ
ରାଜ୍ୟରେ କଂଗ୍ରେସ ଦଳ ତା’ର ପରିଚୟ ରଖିବା ପାଇଁ ସଂଘର୍ଷ କରୁଛି
ଭୁବନେଶ୍ୱର,୨୨/୦୮: ପ୍ରତ୍ୟେକ ପଲଟିକାଲ ପାର୍ଟିର ପଲିଟିକାଲ ଫିଲୋସଫି ଓ ଲୋକଙ୍କ ପାଇଁ କମିଟ୍ମେଂଟ୍ ଥାଏ, ଯାହା କଂଗ୍ରେସ ପାଖରେ ନାହିଁ । କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ ବରଂ ନେତମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ । ଅଭିଯୁକ୍ତ କିମ୍ବା ଅଭିଯୁକ୍ତଙ୍କ ପକ୍ଷଧର ତଦନ୍ତକାରୀ ସଂସ୍ଥା ଉପରେ ଚାପ ପ୍ରୟୋଗ କଲେ ଆଇନ୍ର ଶାସନ ଚାଲିବ ନାହିଁ, ବରଂ ଦେଶରେ ଅଶାନ୍ତି ଓ ବିଶୃଂଖଳା ସୃଷ୍ଟି କରିବ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଇଡି ଅଫିସ୍ ଆଗରେ ଟେଂଟ୍ ପକାଇ ଫଟୋ ଉଠାଇ କଂଗ୍ରେସର ନେତାମାନେ ପଲିଟିକାଲ ଷ୍ଟଂଟ କରୁଛନ୍ତି । ସାରା ଭାରତବର୍ଷର ନିର୍ବାଚନ ସ୍ଥିିତିିକୁ ଯଦି ସମୀକ୍ଷା କରାଯିବ, ତାହାଲେ ବହୁତ ଆଂଚଳିକ ଦଳ କଂଗ୍ରେସଠାରୁ ଆଗରେ । ରାଜ୍ୟରେ କଂଗ୍ରେସ ଦଳ ତା’ର ପରିଚୟ ରଖିବା ପାଇଁ ସଂଘର୍ଷ କରୁଛି । ବହୁତ କଂଗ୍ରେସ ନେତାଙ୍କର ଧୋବଧବଳିଆ ଚେହେରା ତଳେ ଦୁର୍ନୀତି ଓ କଳାକାରନାମାର ଦାଗ ରହିଛି । ସେଥିପାଇଁ ଏମାନେ ଯେଉଁ ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି, ତାହା ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।