ବାଙ୍କୀ ରେ ଭଦ୍ର ମୁଖା ଚୋର ଙ୍କ ପାଦୃଭାବ _ଚାଲିଛି କୋଟି କୋଟି ଟଙ୍କା ଲୁଟ୍
ବାଙ୍କୀ ପାଲଟିଛି ବାଲି ମାଫିଆ ଙ୍କ ଭୁସ୍ୱର୍ଗ ।
ଚେ଼ଇ ଶୋଇଥିବ ଯିଏ ତାକୁ ଉଠେଇବ କିଏ। ।
ମହମେଣ୍ଟ କରି କୋଟି କୋଟି ଟଙ୍କାର ରାଜସ୍ୱ ଲୁଟ୍ ।
ଲୁଟ୍ ପଛରେ, ନେତା ସାମ୍ୱାଦିକ ପ୍ରଶାସନିକ ଅଧିକାରୀ
ଘଟଣା ଲୁଚାଇବା ପାଇଁ ଗଣ ମାଧ୍ୟମ ପ୍ରତିନିଧି ଙ୍କ ସହ ସନ୍ଧି
ଚୋରୀ ପଛ ରେ ବାଙ୍କୀ ର କିଛି ନେତା ଙ୍କ ସମ୍ପୁକ୍ତି ନେଇ ଚର୍ଚ୍ଚା
ସ୍ଵନ୍ତ୍ରତ୍ଵ ରଣନୀତି ଦ୍ଵାରା ବାଲି ଚୋରୀ
ସରକାର ଙ୍କ ନୀତି ନିୟମ କୁ ଫ୍ୟୁ ।
କେବେ ନେବେ ସରକାର ପଦକ୍ଷେପ।
କେବେ ଭାଙ୍ଗିବ ପ୍ରଶାସନ ର ନିଦ...
ବାଲି ମାଫିଆ ଙ୍କୁ ଏବେ ସବୁ ମାଫ.ଖାତିର ନାହିଁ କୀ ଭୟ ମଧ୍ୟ ନାହିଁ ପ୍ରଶାସନ କୁ. ତହସିଲ ଓ ମାଇନିଙ୍ଗ ବିଭାଗ କୁ ଚକମା ଦେଇ ଚୋରା ରେ କଟକ ଜିଲ୍ଲା ର ବାଙ୍କୀ ମହାନଦୀ ର ବିଭିନ୍ନ ସ୍ଥାନ ରୁ ରାତି ଅଧିଆ ଚୋରା ହେଉଛି ବାଲି ଉତ୍ତୋଳନ।ସେପଟେ ରାଜ୍ୟ ର ବିଭିନ୍ନ ସ୍ଥାନ କୁ ରାଜ୍ୟ ବାହାର କୁ ହେଉଛି ବାଲି ଚୋରା ଚାଲାଣ। ସରକାର ଙ୍କ ରାଜସ୍ବ ଲୁଟ କରି ଏବେ ମାଲେମାଲ ହେଉଛନ୍ତି ବାଲି ମାଫିଆ । ସେପଟେ ରାତି ଦିନ ହାୱା ଭଳି ବହୁ ଭାରୀଯାନ ଦ୍ୱାରା ମହାନଦୀ ବାଲି ଗ୍ରାମଞ୍ଚଳ ରାସ୍ତା ଦେଇ ଚାଲାଣ ହେବା ଦ୍ୱାରା ଅତିଷ୍ଟ ସାଧାରଣ ଜନତା ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ପଂଚାୟତ ର ପୂର୍ବତନ ସରପଞ୍ଚ ଓ ଲୋକ ପ୍ରତିନିଧି। ଦିନ ବେଳେ ବ୍ୟାପକ ଦୁର୍ଘଟଣା ମଧ୍ଯ ଘଟୁଛି। ଗ୍ରାମାଞ୍ଚଳ ର ବସବାସ କରୁଥିବା ଅଧିବାସୀ ଏହାକୁ ନେଇ ହୋଇସାରିଲେଣି ଅତିଷ୍ଟ। ପ୍ରଶାସନ କୁ ଚକମା ଦେଇ ସେପଟେ ଡ଼ମପଡା ତହସିଲ ଅଧୀନରେ ରହିଥିବା ହରିରାଜପୁର ଓ ଶିମିଳିପୁର ପଂଚାୟତ କାର୍ଯ୍ୟାଳୟ ର ପଛପାର୍ଶ୍ଵ ମହାନଦୀ ରୁ ଶହଶହ ଟ୍ରିପ ବାଲି ବୋଝେଇ ହାୱା ଗାଡି ନଦୀ ବନ୍ଧବାଡ଼ ଦେଇ ଯିବା ଦ୍ୱାରା ବନ୍ଧ ବାଡ଼ ଗୁଡିକ ହେଉଛି ଦୁର୍ବଳ। ସେପଟେ ରାସ୍ତା ଘାଟ ମଧ୍ୟ ନଷ୍ଟ ହେବାକୁ ବସିଲାଣି. କିନ୍ତୁ ଏଠି ତହସିଲ ବିଭାଗ ଓ ଜିଲ୍ଲା ମାଇନିଙ୍ଗ ବିଭାଗର ଏ ଦିଗରେ ଦୃଷ୍ଟି ହିଁ ପଡୁନି।ନାଁ ଜାଣି ଶୁଣି ଆଖି ବୁଜି ଦେଇଛି ଖଣି ଖାଦାନ ର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସରକାରଙ୍କର ଏହି ଦୁଇଟି ବିଭାଗ ଅନ୍ଧ ହୋଇ ଯାଇଚି, ନା ଚେଇ ସୋଇଛି ତାକୁ ନେଇ ଅନେକ କଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ଅପର ପଟେ କ୍ଷତି ହେଉଛି କୋଟି କୋଟି ଟଙ୍କା ର ରାଜସ୍ବ ହାନି ପାଇଁ କିଏ ରହିବେ ଉତ୍ତର ଦାଈ ବୋଲି ପ୍ରଶ୍ନ କରିଛନ୍ତି ଲୋକେ .ଯଦି ଏ ଦିଗରେ ରୋକ ନ ଲଗାନ୍ତି ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରେଇବେ ସେଥିପାଇଁ କିଏ ହେବ ଉତ୍ତର ଦାୟୀ..? ଖୁବଶିଘ୍ର ସାମ୍ନା କୁ ଆଣିବ ଆହ୍ଵାନ ଟିଭି ବାଲି ଚୋରୀ ରେ କେଉଁମାନେ ସମ୍ପୁକ୍ତ କିଏ କେତେ ଫାଇଦା ପାଇଛି ସଂପୂଣ୍ଣ ଗୁମର ଖୋଲିବ ଆହ୍ଵାନ ଟିଭି। ସଦାବେଳେ ଅନ୍ୟାୟ ଅନୀତି ବିରୁଦ୍ଧ ରେ ଆହ୍ଵାନ ଟିଭି।