ଲେଖା ସବୁ ଆଉ ସେତେ ମଧୁର ଲାଗୁନି
Writing doesn't sound so sweet anymore
ଲେଖା ସବୁ ଆଉ ସେତେ ମଧୁର ଲାଗୁନି,,ହୃଦୟକୁ ଛୁଇଁ ପାରୁନି
ସେତେ,,ଆଉ ନାହିଁ ଯେମିତି ଆତ୍ମସନ୍ତୋଷର ପରିଭାଷା...
ପ୍ରତ୍ୟେକ ଧାଡି କାଳେ ବିଦ୍ରୋହକୁ ନିମନ୍ତ୍ରଣ ଦିଏ
ପ୍ରତିଟି ଶବ୍ଦରୁ କୁଆଡେ ଆସୁଛି ଇର୍ଷା,,, ଅସନ୍ତୋଷରେ ଜଳିବାର ବାସ୍ନା
ସତରେ ଆଉ ଲେଖା ସବୁ ଭଲ ଲାଗୁନି...
ବାସ୍ତବତା ଲେଖିଲେ ଆତ୍ମୀୟ ଜଣେ ଋଷି ଯାଉଛି
ମିଛ ଲେଖିଲେ ନିଜ ଭିତର ସଚ୍ଚା ପଣିଆ ଲୁଚି ଯାଉଛି
ମତେ ବି ତ ପୁଣି ଶେଷ କରିବାକୁ ହବ
ଲେଖିଥିବା କାହାଣୀ ଟିକୁ
ରଚିଥିବା କର୍ମଟିକୁ
ପୁରା କରିବାକୁ ହବ ଅଧା ଦେଖି ଥିବା ସ୍ୱପ୍ନ ଟିକୁ
ଉଡିବା ଶିଖେଇବାକୁ ହବ ଡେଣା ଭାଙ୍ଗି ଅକର୍ମଣ୍ୟ ହେଇ ପଡ଼ିଥିବା ମନ ଚଢେଇ ଟିକୁ...
ହଁ,,,ମତେ ହିଁ ଜାଳିବାକୁ ହବ ନୂତନ ଆଶା ଉଦ୍ଦୀପନାର ଦୀପ ସୁପ୍ତ ନିସ୍ତବ୍ଦ ହୃଦୟ ଭିତରେ,,,
ସୃଷ୍ଟି କରେଇବା ପାଇଁ ହବ ନୂତନ ଜାଗରଣ କବର ନେଇଥିବା ମନ ଭିତରେ,,,
ପୁଣି ଛୁଇଁଯିବ ମୋ ଲେଖା ପ୍ରତ୍ୟେକ ଆତ୍ମାକୁ
ପୁଣି ପ୍ରେରଣା ସାଜି ନୂତନ ରଙ୍ଗରେ ଭରିଦବ ଅପାରଗ ହୃଦୟକୁ...
ହଁ,,, ମତେ ହିଁ ଜଣେଇଦବାକୁ ହବ ସାରା ଦୁନିଆକୁ ମୁଁ ପେଶା ପାଇଁ ନୁହେଁ ନିଶାରେ କଲମ ଧରିଛି ✍️✍️✍️....