ଦୁର୍ନୀତି ର ମୌଡ, ଲିଙ୍ଗରାଜ ଗୌଡ

Aug 21, 2024 - 10:28
 480
ଦୁର୍ନୀତି ର ମୌଡ, ଲିଙ୍ଗରାଜ ଗୌଡ

ସର୍ବସ୍ବ ଲୁଟୁଥିବା ଲିଙ୍ଗରାଜ ଗୌଡ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ,,,,ବର୍ତ୍ତମାନ ମୋହନ ସରକାର ବିଭିନ୍ନ ବିଭାଗର ମୁଖୁଯନ୍ତ୍ରୀ ଓ ଇଞ୍ଜିନିୟର ମାନଙ୍କୁ ଭିଜିଲାନ୍ସ ଦ୍ଵାରା ଧରାଇ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ କେତେକ ମୂଖ୍ୟଯନ୍ତ୍ରୀ ଗଭୀର ଜଳରେ ବୁଡ଼ିରହିଛନ୍ତି। ସେମାନଙ୍କ ମଧ୍ୟରେ ଜଳସମ୍ପଦ ବିଭାଗ ପ୍ଲାନିଂ ଆଣ୍ଡ ଡିଜାଇନ୍ , ଇଆଇସି ଲିଙ୍ଗରାଜ ଗୌଡ ସର୍ବାଗ୍ରେ ଅଛନ୍ତି । ଯିଏ ନିଜ ଚାକିରି କାଳରେ ଦୁର୍ନୀତିକରି , ସର୍ବସ୍ବ ଖାଇବା ନୀତି ଧରିଛନ୍ତି । ପ୍ଳନିଂ ଡିଜାଇନ୍ ଇଆଇଶି ନିଜ ବିଭାଗର କାମ ଗୁଡିକ ବାହାର କମ୍ପାନୀକୁ ଦେଇ କୋଟି କୋଟି ଟଙ୍କା ମୁନାଫା ନେଇଛନ୍ତି । ନିଜ ସ୍ତ୍ରୀ ନାମରେ ଏକ ସର୍ଭେ ଡିଜାଇନ୍ ଡ୍ରଇଂ ନାମକ ଏକ ସଂସ୍ଥା କରି ବିପୁଳ ଅର୍ଥ ରୋଜଗାର କରିଛନ୍ତିଲ। ର।ଧ।ଶ୍ୟାମ ଅଗ୍ରୱାଲା ଇନଫ୍ରା ନାମକ ଏକ ସଂସ୍ଥାକୁ 1000 କୋଟି ଟଙ୍କାର କାମ ସରକାର ଦେଇଥିବା ବେଳେ ଶ୍ରୀ ଗୌଡଙ୍କ ସ୍ତ୍ରୀ ଙ୍କ ସଂସ୍ଥା କୋଟି କୋଟି ଟଙ୍କା କଳା ଧନ କମେଇଛନ୍ତି । ଗୌଡଙ୍କସ୍ତ୍ରୀଙ୍କ ସଂସ୍ଥା ,12 ଟି ବ୍ୟ।ରେଜ କାମ ପାଇଛନ୍ତି । ଅଣ ଓଡ଼ିଆ ସଂସ୍ଥା ଏହି କାମ ଦେଇଛି। ଶ୍ରୀମାନ ଲିଙ୍ଗରାଜ ଗୌଡ ଦୀର୍ଘ୍ ପଚିସ ବର୍ଷ ଧରି ଜଳସମ୍ପଦ ବିଭାଗରେ ରହି ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି।ଲଗାତାର ଭାବେ ସେଚ ସଦନରେ ରହି ଥିବାବେଳେ ବାହାରକୁ ଯାଇ ନାହାନ୍ତି । ଗୋଟେ ଇଟା ଯୋଡ଼ି ନଥିବା ଶ୍ରୀ ଗଉଡ ଗୁଡ ମାଠିଆ ହାତରେ ରଖିଛନ୍ତି । ପ୍ରାୟ ଆର ଏସ ଏ କୁ ହଜାରେ କୋଟି ଟଙ୍କାର କାମ ଦେଇ ଡ୍ରଇଂ ଡିଜାଇନ୍ କରି ପ୍ରାୟ 30 କୋଟି ଟଙ୍କା ତାଙ୍କ ସ୍ତ୍ରୀଙ୍କ ନାମରେ ଥିବା ଫର୍ମରେ କାମ କରେଚନ୍ତି।ର କଳା କାରନାମା ପିଅନ ଠାରୁ ଆରମ୍ଭ କରି ଖଲାସୀ ପର୍ଯ୍ୟନ୍ତ ସମସ୍ଥେ ଅବଗତ ଅଛନ୍ତି । ଦୁର୍ନୀତି ଜଗତରେ ତାଂକୁ ଜଗତଗୁରୁ ଆକ୍ଷା ଦିଆ ଯାଇଛି । ସୁଚନାନୁଜୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ତୃତୀୟ ମହଲାର ଅଣ ଓଡ଼ିଆ ଅଫିସରଙ୍କ ଗେହ୍ଲା ପୁଅ ସାଜିଥିଲେ ଶ୍ରୀ ଗୌଡ । ବିଭିନ୍ନ ଦୁର୍ନୀତିରେ ସାମିଲ ଶ୍ରୀ ଗୌଡ ବର୍ତ୍ତମାନ ଜଳସମ୍ପଦ ବିଭାଗକୁ ସମୁଦ୍ରରେ ଫିଙ୍ଗି ଦେବାକୁ ବସିଛନ୍ତି । ସମୟ ଅଛି ମୋହନ ସରକାର ତାଙ୍କ ଅଧିନରେ ଥିବା ଜଳସମ୍ପଦ ବିଭାଗ ପ୍ରତି ଦୃଷି ନିକ୍ଷେପ କରିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

Editor Awhawantv contact Mob 8337900918