ବିଜେଡ଼ି କୁ ବିଜେପି ହେଭି ୱେଟ୍ ନେତାଙ୍କ ମିଳିତ ଆକ୍ରମଣ

Joint attack by BJP Heavy weights on BJD

May 13, 2024 - 12:40
May 13, 2024 - 12:41
 327
ବିଜେଡ଼ି କୁ ବିଜେପି ହେଭି ୱେଟ୍ ନେତାଙ୍କ ମିଳିତ ଆକ୍ରମଣ

ଭୁବନେଶ୍ୱର:( ଅଜୟ କୁମାର ପଣ୍ଡା)ରାଜ୍ୟ ରେ ନିର୍ବାଚନ ଉଷ୍ମତା ଲାଗିରହିଥିବା ବେଳେ ବାରମ୍ବାର ବିଜେପି କେନ୍ଦୀୟ ନେତାଙ୍କ ସହିତ ପ୍ରଧାନ ମନ୍ତ୍ରୀ ଙ୍କ ଘନ ଘନ ଗସ୍ତ ଓଡ଼ିଶା କୁ ଚାଲିଥିବା ବେଳେ ବିଭିହ୍ନି ପସଙ୍ଗ କୁ ନେଇ ବିଜେଡ଼ି ବିଜେପି ମଧ୍ୟ ରେ ତୁ ତୁ ମେ ମେ ଚାଲିଥିବା ବେଳେ ଆଜୀ ରାଜ୍ୟ ବିଜେପି ର ତୁଙ୍ଗ ନେତା ମାନେ ଏକାଠି ହୋଈ ସାମ୍ୱାଦିକ ସମ୍ମିଳନୀ କରୀ ପ୍ରଶ୍ନବାଣ ରେ ଘାଇଲା କରିଛନ୍ତି ଶାସକ ଦଳକୁ। ଏହି ସମ୍ମିଳନୀ ରେ ଯୋଗ ଦେଇଥିଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜ୍ୟ ସଭାପତି ମନମୋହନ ସାମଲ ରାଷ୍ଥିୟ ଅଧ୍ୟକ୍ଷ ବଜୟନ୍ତ ପଣ୍ଡା। ପ୍ରଥମେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଲକ୍ଷଣାନନ୍ଦ ସରସ୍ଵତୀ ଙ୍କ ହତ୍ୟାକାଣ୍ଡ ପସଙ୍ଗ ଉଠାଇ ରାଜ୍ୟ ସରକାର କଟୁ ସମାଲୋଚନା କରିବା ସହିତ ରାଜ୍ୟ ସରକାର ଙ୍କ ବିଫଳତା ଆଜି ଯାଏ ତଦନ୍ତ ରିପୋର୍ଟ ସାର୍ବଜନିନ କରାନଯିବା ମୂଖ୍ୟମନ୍ତ୍ରୀ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ ସେହିଭଳି ଅପରାଜିତା ଷଡ଼ଙ୍ଗୀ ପୂରି ଶ୍ରୀମନ୍ଦିର ହୋଇଥିବା କାଯ୍ୟ ର ତ୍ରୁଟି ବିଚ୍ୟୁତି କଥା ସାମ୍ନା କୁ ଆଣିଥୀବାରୁ ବିଜେଡ଼ି କିଭଳି ନିନ୍ଦିତ କରୁଚି ସେ କଥା ପ୍ରକାଶ କରିଥଲେ । ସେ କହିଥିଲେ ବିକାଶ କୁ ବିରୋଧ କରନ୍ତିନି ନାଁ ବିଜେପି ବିକାଶ କୁ ବିରୋଧ କରେନି ତା ସହିତ ରାଜ୍ୟ ସରକାର ଙ୍କ ବିଭିନ୍ନ ପ୍ରକାର ତ୍ରୁଟି ବିଚ୍ୟୁତି କୁ ସାମ୍ନା କୁ ଆଣିଥିଲେ ଓଡ଼ିଆ ଅସ୍ମିତା କଥା କହିବା ସହ ସାନ ବାବୁ କହି ପରୋକ୍ଷ ଭାବେ ପୂର୍ବତନ ୫ଟି ସଚିବ ଙ୍କୁ କଡା ସମାଲୋଚନା କରିଥଲେଏବଂ ବିଜେଡ଼ି ଯେଉଁ ସରକାର କୁ ଆସିଲେ 100 ୟୁନିଟ ମାଗଣା କଥା କହିଛି ଫି ରେ ଦେବ ବୋଲି ଆମେ ବି ସ୍ପଷ୍ଟ କରି କହୁଛୁ ଆମ ବିଜେପି ସରକାର ଆସିଲେ ଆମେ ସଂପୂଣ୍ଣ ମାଗଣା ରେ ଯୋଗାଇ ଦେବୁ। ସେହିପରି ବିଜେପି ରାଷ୍ଠିୟ ଉପସଭାପତି ବଜୟନ୍ତ୍ ପଣ୍ଡା କହିଥିଲେ ମୁଁ ବହୁତ୍ ଦୁଃଖିତ ସାନ ବାବୁ ମୂଖ୍ୟମନ୍ତ୍ରୀ ଙ୍କୁ 2018 ମସିହାରୁ କରାୟତ କରି ରଖିଛନ୍ତି, ସଧାରଣ ଲୋକ ଭୋଟ ଦେଇଥିଲେ ସାଧାରଣ ଲୋକଙ୍କ ଦୁଃଖ ସୁଖ ବୁଝିବା ପାଇଁ କିନ୍ତୁ ତାଙ୍କୁ ବନ୍ଦୀ କରି ରଖାଯାଇଛି। ଡି ଫେକ୍ ଭିଡ଼ିଓ କରି ସଧାରଣ ରେ ଛଡ଼ା ଯାଉଛି ମୁଖ୍ୟମନ୍ତ୍ରୀ ଙ୍କର ଯଦି ଏହା ମିଛ ତାହେଲେ ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ଭିଡିଓ ମାଧ୍ୟମ ରେ ସାଧାରଣ ସଭାରେ ଲୋକ ଙ୍କ ସାମ୍ନା ରେ କୁହନ୍ତୁ, ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରେ ଘଟିଥିବା ବିଭିନ୍ନ ପ୍ରକାରର ସମସ୍ୟା ଦେଶ ଭିତରେ ରାଜ୍ୟ ର ସ୍ଥିତି ଶିଶୁ ମୃତ୍ୟୁ ହାର ଠାରୁ ପାନୀୟ ଜଳ ଯୋଗାଣ କ୍ଷେତ୍ର ରେ ରାଜ୍ୟ ସରକାର ଙ୍କ ବିଫଳତା ରନ୍ତ୍ର ଭଣ୍ଡାର ପସଙ୍ଗ ଉଠାଇବା ସହିତ ରାଜ୍ୟ ବିକାଶ ନିମ୍ନଗାମୀ କଥା କହିବା ସହ ଶାସକ ବିଜେଡି କୁ କଡ଼ା ଭାଷା ରେ ସମାଲୋଚନା କରିବା ସହ ରାଜ୍ୟ ରେ ବିଜେପି ଏଥର ସରକାର କରିବା ନେଇ ସଂକେତ ମିଳିଛି ବୋଲି କହିଥିଲେ । ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ସାଢେ଼ ଚରିକୋଟି ଓଡ଼ିଆ ଙ୍କୁ ଧନ୍ୟବାଦ ଦେବି ଏଥର ରାଜ୍ୟବାସୀ ବିଜେପି ସରକାର ପାଇଁ ସୁଯୋଗ ଦେଉଥିବାରୁ, ବିଜେଡ଼ି ପରାଜୟ ବିଷୟ ଜାଣି ସାରିଲାନି, ତେଣୁ ବିଚଳିତ ହୋଇ ଦନ୍ଧ ସୃଷ୍ଠି ପାଇଁ ପ୍ରୟାସ ଜାରି ରଖିଛି, ବିଜେପି ର ମୁଖ୍ୟମନ୍ତ୍ରୀ କିଏ ପାଣ୍ଡିଆନ ପଚାରି ଥିବା ପ୍ରଶ୍ନ ର ଉତ୍ତର ଦେଇ କହିଲେ ସାମଲ ଆମର କିଏ ମୁଖ୍ୟମନ୍ତ୍ରୀ ହେବ ପ୍ରଧାନମନ୍ତ୍ରୀ ସ୍ପଷ୍ଠ କରି କହିଛନ୍ତି ଜଣେ ଓଡ଼ିଆ ହିଁ ମୁଖ୍ୟମନ୍ତ୍ରୀ ହେବ ।

Editor Awhawantv contact Mob 8337900918