.ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବିର ଅଣଦେଖା ବିରୁଦ୍ଧରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ପ୍ରଦର୍ଶନ ଅବ୍ୟାହତ।
On behalf of the Utkal Journalists Association against the neglect of justice demands of journalists
ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ, ସାମ୍ବାଦିକଙ୍କ ନ୍ୟାର୍ଜ୍ୟ ଦାବି ନିମନ୍ତେ ଆଖିରେ କଳା ପଟି ବାନ୍ଧି ପ୍ରତିବାଦ
ମାଲକାନଗିରି, ୮।୪(ସମିସ): ଉତ୍କଳ ସାମ୍ବାଦିକ ସଂଘର ମାଲକାନଗିରି ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସ୍ଵାଗତ ହୋଟେଲରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର ସଭାପତିତ୍ବ କରି , ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ବୟସ୍କ ସାମ୍ବାଦିକଙ୍କୁ ପେନସନ, ଅଧିସ୍ବୀକୃତି କମିଟି ପୁନର୍ଗଠନ ଓ ଜିଲ୍ଲା ଓ ରାଜ୍ୟ ସ୍ତରରେ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ, ପ୍ରଚଳିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ପଚିଶି ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନ-ସନ୍ତତି ମାନଙ୍କୁ ସାମିଲ ଓ ପ୍ରେସ୍ ଏକାଡେମୀ ଗଠନ ନେଇ ସଂଘର ଦାବି ସମ୍ପର୍କରେ ଅବଗତ କରାଇବା ସହ ସଂଘ ପକ୍ଷରୁ ସମଗ୍ର ରାଜ୍ୟରେ ପ୍ରତିବାଦ ଜାରି ରହିଛି ବୋଲି କହିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ବେଣୁ ଧର ପଣ୍ଡା ମ୍ବଖ୍ୟବକ୍ତା ଭାବେ ଯୋଗଦେଇ ମାଲକାନଗିରି ଜିଲ୍ଲରେ ଆନ୍ଦୋଳକୁ ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ। ବୈଠକ ଉପରାନ୍ତେ କର୍ମକର୍ତ୍ତା ଓ ସଦସ୍ୟ ମାନେ ସାମ୍ବାଦିକ ମାନଙ୍କ ୫ଦଫା ଦାବି ପୂରଣ ନେଇ ସରକାରଙ୍କ ଅଣଦେଖା ପ୍ରତିବାଦରେ ଆଖିରେ କଳା ପଟି ବାନ୍ଧି ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଶାଖା ସଭାପତି ଦୁର୍ଯ୍ୟୋଧନ ପାତ୍ର,କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ଶିବଦତ୍ତ ସାହୁ , କୋଷାଧ୍ୟକ୍ଷ ହୃଷୀକେଶ ସେଠୀ,କାର୍ଯ୍ୟାଳୟ ସମ୍ପାଦକ ସତ୍ୟନାରାୟଣ ଦାସ, ଯୁଗ୍ମ ସମ୍ପାଦକ ଅପୂର୍ବ ଥଣ୍ଡର ପ୍ରମୂଖ ଆଲୋଚନାରେ ଭାଗ ନେଇ ମାଲକାନଗିରି ଜିଲ୍ଲାରେ ଦଳୀୟ ଆଭିମୂଖ୍ୟକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ଅବସରରେ ସଙ୍ଘର କାର୍ଯ୍ୟଧାରାରେ ଆକୃଷ୍ଟ ହୋଇ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ମହାନ୍ତି ଓ ନିରଞ୍ଜନ ମଲ୍ଲ ଉତ୍କଳ ସଂଘର ସଦସ୍ୟତା ଗ୍ରହଣ କରିଥିଲେ ।ସଦର ମହକୁମା ସମେତ ସାତଗୋଟି ବ୍ଲକର ୬୦ ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଓ ସଦସ୍ୟ ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ । ପ୍ରତି ତିନିମାସରେ କାର୍ଯ୍ୟକାରୀ କମିଟି ବୈଠକ ସହ ସପ୍ତାହରେ ଗୋଟିଏ ଦିନ ସଂଘ କାର୍ଯ୍ୟଳୟରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ବୈଠକରେ ଏକତ୍ରିତ ହୋଇ ସଂଘର ସାମାଜିକ ଓ ସାଂଗଠନିକ କାର୍ଯ୍ୟକ୍ରମକୁ ରୂପ ଦେବାପାଇଁ ନିଷ୍ପତ୍ତି ହୋଇଥିଲା। ଶେଷରେ ସଂଘର କାର୍ଯ୍ୟକାରୀ ସଦସ୍ୟ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।