ବିନା ବହିରେ ଚାଲିଛି ଧନ୍ଧା ମୂଳକ ଶିକ୍ଷା

ବିନା ବହିରେ ଚାଲିଛି ଧନ୍ଧା ମୂଳକ ଶିକ୍ଷା

Aug 21, 2024 - 12:07
Aug 21, 2024 - 12:39
 145

ମାଟ୍ରିକ 100 ମାର୍କ କମ୍ପାନୀ ହାତରେ ବିନା ବହିରେ ଚାଲିଛି ଧନ୍ଦାମୂଳକ ଶିକ୍ଷା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଭୋକେଶନାଲ ଶିକ୍ଷା ରାଜ୍ୟ ର 1061 ବିଭିନ୍ନ ହାଇସ୍କୁଲ ଓ ହାଇଣ୍ଡର ସେକେଣ୍ଡାରୀ ସ୍କୁଲ ରେ ଚାଲୁଛି ନୂତନ ଶିକ୍ଷା ନୀତି ଅନୁସାରେ 2120 ଜଣ ପ୍ରଶିକ୍ଷକ କମ୍ପାନୀ ଦ୍ୱାରା ନିଯୁକ୍ତି ପାଇଛନ୍ତି,ଉକ୍ତ ଶିକ୍ଷା ଦ୍ୱାରା ଛାତ୍ର ଛାତ୍ରୀ ମାନେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭର ହୋଇପାରିବେ ସରକାର ଙ୍କ ଶିକ୍ଷାବ୍ୟବସ୍ଥା ରେ ବୈପ୍ଲବିକ ପରିବର୍ତନ ପାଇଁ କୋଟି କୋଟି ଟଙ୍କା ରାଜସ୍ବ ସରକାର ଖର୍ଚ୍ଚ କରୁଛନ୍ତି କିନ୍ତୁ ଉକ୍ତ ଟଙ୍କାକୁ ବାଟମାରଣା କରୁଛନ୍ତି କିଛି ନିର୍ଦ୍ଧିଷ୍ଟ କମ୍ପାନୀ ଉକ୍ତ ବିଭାଗ ସମ୍ପୂର୍ଣ କମ୍ପାନୀ ର ଅକ୍ତିଆର ରେ ଥିବାରୁ ନୂତନ ନିଯୁକ୍ତି, ମିଛ ଟ୍ରେନିଂ ଜାଲ ଗେଷ୍ଟ ଲେକଚର, ଇଣ୍ଡଷ୍ଟ୍ରି ଭିସିଟ କମ୍ପାନୀ ନିଜର ମନ ଇଚ୍ଛା ଛଟେଇ କରିବା ଦ୍ୱାରା ନିଯୁକ୍ତି ପାଇଥିବା ପ୍ରଶିକ୍ଷକ ନିଜର ଦାୟିତ୍ୱ ଠିକ ରେ ସମ୍ପାଦନ କରିପାରୁନାହାଁନ୍ତି ଓ ଉତ୍ତରଦାୟୀ ମଧ୍ୟ ରହୁନାହାନ୍ତି ବିଭିନ୍ନ ସମୟରେ ଜାଲି କାଗଜ, ଡକୁମେଣ୍ଟ କରିବା ପାଇଁ ପ୍ରଶିକ୍ଷକ ଙ୍କୁ ବାଧ୍ୟ୍ୟ କରାଯାଉଛି ଯେଉଁମାନେ ସହମତି ନ ଦେଉଛନ୍ତି ଛଟେଇ କରାଯାଉଛି, କମ୍ପାନୀ ର ଅତ୍ୟଧିକ ହସ୍ତକ୍ଷେପ ପାଇଁ ବାସ୍ତବିକ ଧନ୍ଦାମୂଳକ ଶିକ୍ଷା ନିଜର ଲକ୍ଷ ରୁ ପଥଭ୍ରଷ୍ଟ ହୋଇ କେବଳ କମ୍ପାନୀ ମାନଙ୍କର ଏକ ଲାଭଦାୟକ ବ୍ୟାପାର ରେ ପରିଣତ ହୋଇଛି, ଶିକ୍ଷା ବିଭାଗ ସହ ହୋଇଥିବା ଚୁକ୍ତି ର ଶେଷ 8 ବର୍ଷ ହେଲା କମ୍ପାନୀ ମାନେ ଖିଲାପି କରୁଛନ୍ତି କିଛି ଓସେପା ର ଆସଧୁ କର୍ମଚାରୀ ଙ୍କୁ କମ୍ପାନୀ ହାତଵାରେସୀ କରି ପ୍ରତେକ ବର୍ଷ ଟେଣ୍ଡର ପାଇବାକୁ ସମର୍ଥ ହେଉଛନ୍ତି ଓସେପା ନିର୍ଦେଶକ ଙ୍କ ବାରମ୍ବାର ଚିଠି ତାଗିଦ ପରେ ମଧ୍ୟ ପ୍ରଶିକ୍ଷକ ଙ୍କ ଦରମା, ଏରିଆର, ଇଣ୍ଡଷ୍ଟ୍ରି ଭିସିଟ ଓ ଗେଷ୍ଟ ଲେକଚର ଅଗ୍ରିମ ପଇସା କମ୍ପାନୀ ମାନେ ଦେଉନାହାନ୍ତି ବିଭିନ୍ନ ସମୟରେ ରାତି ଅଧିଆ କିଛି କମ୍ପାନୀ ପ୍ରୋଜେକ୍ଟ ଛାଡି ପ୍ରଶିକ୍ଷକ ଙ୍କ ଲକ୍ଷାଧିକ ଟଙ୍କା ନ ଦେଇ ପଳାୟନ କରିଛନ୍ତି ଯାହାର କି କୌଣସି ଉତ୍ତର ଓସେପା କତୃପକ୍ଷ ଙ୍କ ପାଖରେ ନାହିଁ ଦୀର୍ଘ 8 ବର୍ଷ ଭିତରେ କୌଣସି କମ୍ପାନୀ କୁ ପାରଫର୍ମାନ୍ସ ରିଭିଉ ନ କରିବା ଦ୍ୱାରା ସେମାନେ ନିଜର ମନମାନୀ କରିବା ଦ୍ୱାରା ସାଧାରଣ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଅନ୍ଧାରକୁ ଠେଲି ଦେଉଛନ୍ତି ନୂଆ ସରକାର ଏ ବିଷୟରେ ଏକ କମିଟି କରି କମ୍ପାନୀ ମାନଙ୍କୁ ତୁରନ୍ତ କାଢି ନିଜ ହାତକୁ ପ୍ରଶିକ୍ଷକ ମାନଂକୁ ନବା ପାଇଁ ସଂଘ ଦାବି କରିଛି.

ବିଭିନ୍ନ ଟ୍ରେଡ଼ ର ବହି ନାହିଁ ପିଲାମାନେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଥିବା ସମୟରେ ଓସେପା କତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି 2200 ପ୍ରଶିକ୍ଷକ ଙ୍କ ପାଇଁ ମାତ୍ର ଦୁଇଜଣ ଅଧିକାରୀ ନିଯୁକ୍ତି ହୋଥିବାରୁ ବ୍ୟାପକ ଅନିୟମିତତା ଶେଷ 4 ବର୍ଷ ହେଲା ଉକ୍ତ ପ୍ରୋଜେକ୍ଟ ରେ ହେଉଛି ଯେଉଁଥିପାଇଁ ସଂଘ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସଂଘ ର ଆଗଧାଡିର ନେତୃତ୍ୱ ଙ୍କୁ ଛଟେଇ କରି ସାଧାରଣ ପ୍ରଶିକ୍ଷକ ର କଣ୍ଠରୋଧ କରାଯାଉଛି ବେଧଡକ କୋରଡିନେଟର ମାନେ ବ୍ୟାପକ ଅନିୟମିତତା କରିବାକୁ ପ୍ରଶିକ୍ଷକ ଙ୍କୁ ବାଧ୍ୟ୍ୟ କରୁଛନ୍ତି, ମହିଳା ପ୍ରଶିକ୍ଷିକାଙ୍କୁ ମଧ୍ୟ ଖରାପ ବ୍ୟବହାର କରିବା ପାଇଁ ପଛାଉନାହାନ୍ତି ଉକ୍ତ ବିଷୟରେ ସଂଘ 

ବାରମ୍ବାର ଲିଖିତ ଅନୁରୋଧ ଦେଲା ପରେ କୌଣସି ସୁଫଳ ମିଳୁନାହିଁ ଯଦି ଉକ୍ତ ସମସ୍ୟା ର ସମାଧାନ ନ ହୁଏ ସଂଘ ଆସନ୍ତା 31 ତାରିଖ ରେ ବିଭିନ୍ନ ଦାବି କୁ ନେଇ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣା କୁ ଓଲ୍ହାଇବ ।

Editor Awhawantv contact Mob 8337900918