ସାମାଜିକ ଗଣମାଧ୍ୟମ ଯୋଗୁ ଅନେକ ପାଉଛନ୍ତି ଦିଗ୍ ଦ୍ରଶନ

Due to social media, many people are getting direction

Mar 30, 2024 - 12:01
 33
ସାମାଜିକ ଗଣମାଧ୍ୟମ ଯୋଗୁ ଅନେକ ପାଉଛନ୍ତି ଦିଗ୍ ଦ୍ରଶନ

ଭୁବନ:30/3- ଆମ ରାଜ୍ୟ ଓଡିଶାରେ ଦେଖିବାକୁ ମିଳେ ମୂଖ୍ୟତଃ ଧାନ, ବିରି, ମୁଗ ପରି ଅନେକ ଚାଷ ହେଲେ ଗହମ ଚାଷ ଖୁବ କମ ଦେଖିବାକୁ ମିଳେ। ସରକାର ଗରିବ ଶ୍ରେଣିର ପରିବାରଙ୍କୁ ଚାଉଳ ଓ ଗହମ ଯୋଗାଉଛନ୍ତି । କିନ୍ତୁ କିଛି ବର୍ଷ ହେଲା ହିତାଧିକାରୀଙ୍କୁ ଗହମ ଦେବା ବନ୍ଦ କରିଛନ୍ତି । ଯାହାଫଳରେ କି ଚାଷୀ ଅଧ‌ିକ ଟଙ୍କା ଦେଇ ଅଟା ଓ ଗହମ କିଣି ପାରୁନାହାନ୍ତି । ସେଥ‌ିପାଇଁ ଚାଷୀ ଗହମ ଚାଷ ପ୍ରତି ଆକୃଷ୍ଠ ହୋଇଥିବା ଦେଖିବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଭୁବନର ବ୍ଲକ ପଳାଶପିଠିଆ ଗ୍ରାମର ଦୁଇ ଚାଷୀ ଏକ ଏକରରୁ ଉଦ୍ଧ ଗହମ ଚାଷ କରି ସଫଳ ହୋଇଛନ୍ତି ଆସନ୍ତୁ ଦେଖ‌ିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ

ଓଡିଶା ରାଜ୍ୟ ଗୋଟିଏ ଚାଷି ବହୁଳ ରାଜ୍ୟ ହେଲେ ଆମ ରାଜ୍ୟର ମୂଖ୍ୟତଃ ଚାଷୀ ମାନେ ଧାନ ଚାଷ ଉପରେ ଗୁରୁତ୍ବ ଦିଅନ୍ତି । ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାରୁଆଁ ମୌଜାରେ ପ୍ରଥମଥର ପାଇଁ ଗୋଟିଏ ଏକରରୁ ଉଦ୍ଧ ଗହମ ଚାଷ କରି ସଫଳ ହୋଇଛନ୍ତି ପଳାଶପିଠିଆ ଗ୍ରାମର ଦୁଇ ଚାଷି ନରେନ୍ଦ୍ର ମହାପାତ୍ର ଏବଂ ରବି କଅଁର

ଦୁଇଚାଷୀ କହନ୍ତି ଯେହେତୁ ରାସନକାର୍ଡରେ ଗହମ ମିଳୁଥିଲା ଏବେ ଆଉମିଳୁନାହିଁ ଏବଂ ବାହାରେ ଗହମର ଚାହିଦା ବଢିବାରେ ଲାଗିଛି। ସେଥ‌ିପାଇଁ ସେମାନେ ମନସ୍ତ କଲେ ଗହମ ଚାଷ କରିବାକୁ । ବର୍ତ୍ତମାନ ସମୟରେ ସମସ୍ତେ ରୁଟି ଖାଇବାକୁ ପସନ୍ଦ କରୁଛନ୍ତି ସେଥିପାଇଁ ଚଳିତବର୍ଷ ପ୍ରଥମ ଥର ଏହି ଦୁଇ ଚାଷି ସୋସିଆଲ ମିଡିଆରୁ ଦେଖି ସୁଦୂର କଟକରୁ ବିହନ ଆଣି ପ୍ରାୟ ଗୋଟିଏ ଏକରରୁ ଉଦ୍ଧ ଜମିରେ ଆରମ୍ଭ କରିଛନ୍ତି ଗହମ ଚାଷ ଏବଂ" ସଫଳତା ପାଇବେ ବୋଲି କ‌ହିଛନ୍ତି। ଯଦି ସରକାରୀ ସହାୟତା ଏବଂ ସହଯୋଗ କିଛି ମଳିବ ତେବେ ଆଉ ବର୍ଷକୁ ୫ରୁ ୬ଏକର ଜମିରେ ଗହମ ଚାଷ କରିବେ ବୋଲି କହିଛନ୍ତି । ତେବେ ଏହି ଗହମ ଚାଷ ଦେଖି ଅଞ୍ଚଳର ଅନ୍ୟଚାଷୀମାନେ ମଧ୍ୟ ମନବଳେଇବେ ବୋଲି କ‌ହିଛନ୍ତି ଏହି ଦୁଇଚାଷୀ । ସେପଟେ ଭୁବନ କୃଷି ଅଧିକାରୀ କହିଛନ୍ତି ଗହମ ଚାଷୀମାନେ ଅନଲାଇନରେ ବିହନପାଇଁ ଆବେଦନ କରିପାରିବେ ଏବଂ ଗହମଚାଷ ପାଇଁ ଚାଷିମାନଙ୍କୁ ବିହନ ଠାରୁ ଅମଳ ପର୍ଯ୍ୟନ୍ତ ଗାଁକୁ ଯାଇ ନୂତନ ଜ୍ଞାନକୌଷଳରେ ସଚେତନ କରିବ କୃଷିବିଭାଗ

ଭୁବନ ବ୍ଲକରେ ଅନେକ ବର୍ଷପରେ ଗହମଚାଷ କରିଥିବା ଚାଷିମାନଙ୍କୁ କଣ ପ୍ରୋତ୍ସାହନ ଯୋଗାଇଦୋଉଛି କୃଷିବିଭାଗ ତାହା ଦେଖ‌ିବାକୁ ବାକିରହିଲା I

Editor Awhawantv contact Mob 8337900918