ବାଙ୍କୀ ଉପଖଣ୍ଡ ରେ ଉତ୍କଳ ଦିବସ ପାଳିତ
Utkal Divas are grown in Banki sub-district
ବାଙ୍କୀ, 01/04 : ବାଙ୍କୀ ଉପଖଣ୍ଡ ରେ ଆଜି 89 ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି. କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତି ଯୋଗଦାନ କରିଥିଲେ. କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଉପଖଣ୍ଡ ରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା. ତତପଶ୍ଚାତ ଦୀପପ୍ରଜ୍ବଳନ ସହ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା. ସଭାରେ ମୁଖ୍ୟ ଅତିଥି ନିଜ ଅଭିଭାଷଣ ରେ ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ ହେବାର ଇତିହାସ, ଏହାର ମାହାତ୍ମ୍ୟ ଉପରେ ଦୃଷ୍ଟିପାତ କରିଥିଲେ. ଆମେ ଓଡିଶା ବାସୀ ଓ ଓଡ଼ିଆ ଏବଂ ଏହି ଉତ୍କଳ ମାଟି ର ସନ୍ତାନ ବୋଲି ଗର୍ବ ଅନୁଭବ କରିବା ବୋଲି ମତ ପ୍ରକାଶ କରିବା ସହ ଓଡିଶା ର ସମୃଦ୍ଧ ଇତିହାସ, କଳା, ସଂସ୍କୃତି, ସାହିତ୍ୟ ଦିଗରେ ଆଲୋକ ପାତ କରିଥିଲେ. ସଭାରେ ସମ୍ମାନିତ ଅତିଥି ଭାବେ ତହସିଲଦାର ବାଙ୍କୀ ଶ୍ରୀ ଅଶେଷ କୁମାର ନାୟକ ଯୋଗଦେଇ ନିଜ ଅଭିଭାଷଣରେ ବାଙ୍କୀ ଉପଖଣ୍ଡ ର ଅଧିବାସୀ ଙ୍କୁ ଉତ୍କଳ ଦିବସ ର ଶୁଭେଚ୍ଛା ଜ୍ଞାପନ କରିଥିଲେ. ସଭାର ଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ଉପଜିଲ୍ଲାପାଳ ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା. ସଭାରେ ସରକାରୀ ଅଧିକାରୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ. ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅମ୍ଳାନ ଦାସ ସଭା ପରିଚାଳନା କରିଥିଲେ.