ଗେରସ୍ତ ମରୁ ପଛେ ସଉତୁଣୀ ବିଧବା ହେଉ_ଅଯୋଗ୍ୟ ନେତାଙ୍କ ଯୋଜନା

The plan of the incompetent leader may be the step-daughter Rand after Ghaita Maru

Apr 22, 2024 - 13:16
Apr 23, 2024 - 01:35
 236
ଗେରସ୍ତ ମରୁ ପଛେ ସଉତୁଣୀ ବିଧବା ହେଉ_ଅଯୋଗ୍ୟ ନେତାଙ୍କ ଯୋଜନା

: ବାଙ୍କୀ ବାଙ୍କୀ ବିଜେପି ଅଯୋଗ୍ୟ ନେତାଙ୍କ ମେଳି ଦେଖିବାକୁ ମିଳିଛି। ଦିର୍ଘ ଦୁଇ ଦଶନ୍ଧି ଧରୀ ବାଙ୍କୀ ର ନେତୃତ୍ୱ ନେଇ ଥିଲେ ମଧ୍ୟ 47 ପଞ୍ଚାୟତ ରେ ୱାର୍ଡ ମେମ୍ବର ଜିତେଇ ବାର ସୌଭାଗ୍ୟ ଅର୍ଜନ କରିନଥିବା ନେତା ଙ୍କ ମେଳି ହାଟରେ ପଡ଼ି ଦାଣ୍ଡରେ ଦୁଲ ଦୁଲ ହେଉଛି।, ଦୁଇ ଦଶନ୍ଧି ଧରି ନିଜ ର ବାହାଦୂରୀ ଏବଂ ଯୋଗ୍ୟତା ଦେଖି ସାରିବା ପରେ ଦଳ 2024 ଟିକେଟ ଆଶାୟୀ ଙ୍କୁ ଟିକେଟ ନଦେବାରୁ ବାଉଲେଇ ଚାଉଳେଇ ହେଉଛନ୍ତି ଏହି ବ୍ୟକ୍ତି ବିଶେଷ  ନିଜେ ଯୋଗ୍ୟ କହୁଥିବା ଅଯୋଗ୍ୟ ନେତାମାନେ। ଯାହା ବାଙ୍କୀ ରେ ଚର୍ଚ୍ଚା ର ଖୋରାକ ଯୋଗାଇଛି ବିରୋଧି ଦଳକୁ ।, ବିଧାୟକ ପ୍ରାର୍ଥୀ ଘୋଷିତ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଙ୍କୁ ବିରୋଧ ! ପଦ୍ମ ଫୁଲ ପତାକା ମାରି ଆୟୋଜିତ ମିଟିଂ ରେ , ନିର୍ବାଚନରେ ପଦ୍ମ ଫୁଲକୁ ଭୋଟ ନଦେବା ପାଇଁ ଆଲୋଚନା ! ବାଙ୍କୀ ରୁ ଆସିଲା ଭିନ୍ନ ଏକ ରାଜନୈତିକ ଖବର ! ମେଳ ହେଲେ ଚାରି ପୁରୁଣା ବିଧାୟକ ପ୍ରାର୍ଥୀ ! ଚଳିତ ନିର୍ବାଚନ ପାଇଁ ବାଙ୍କୀ ର ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଏବଂ କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଙ୍କ ବିରୋଧରେ କଲେ ବିଷୋଦଗାର ! ପାର୍ଟି ନୂହେଁ , ଆଗ ମାଟି , ବାଙ୍କୀ ମାଟିର ସ୍ୱାଭିମାନ ମର୍ଯ୍ୟାଦା ରକ୍ଷା ପାଇଁ ଦଳୀୟ ନିଷ୍ପତ୍ତି ବିରୋଧରେ ମତଦାନ ପାଇଁ ସ୍ଥିର କଲେ ବିଜେପି ନେତା ! ସୁବଳ ବେହେରା ଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ 2019 ର ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ , 2014 ର ବିଧାୟକ ପ୍ରାର୍ଥୀ ଅଜୟ କୁମାର ସ୍ୱାଇଁ , 2004 ର ବିଧାୟକ ପ୍ରାର୍ଥୀ ଉତ୍କଳମଣି ମନ୍ତ୍ରୀ ପ୍ରମୂଖ ଉପସ୍ଥିତ ରହି ଶତାଧିକ ଦଳୀୟ କର୍ମୀଙ୍କୁ ଦଳୀୟ ନିଷ୍ପତି ବିରୋଧରେ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ ! ତେବେ ସମାବେଶକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରି ରହିଛି , କିଏ କହୁଛି ଟିକେଟ ନମିଳିବାରୁ ଏହା ବୃଥା ଆସ୍ଫାଳନ , ଆଉ କିଏ କହୁଛି ସଂଗଠନ ଦେଖାଇ ଟିକେଟ ପାଇଥିବା ବ୍ୟକ୍ତିଙ୍କ ଠାରୁ ମାଲ ଆଦାୟ ପାଇଁ ଏହା ଏକ ଯୋଜନା ! ଆଗରୁ ମଧ୍ୟ ବିଭିନ୍ନ ଅଭିଯୋଗ ରହିଛି ବିଜେପି ନେତାମାନଙ୍କ ନାମରେ ଶାଗ ମାଛ ଦର ବିଜେପି କର୍ମୀଙ୍କ ଭୋଟ ବିକିବାରେ ସିଦ୍ଧହସ୍ତ ନେତା ମଧ୍ୟ ଏହି ମେଳିରେ ସାମିଲ୍ ଅଛନ୍ତି ବୋଲି ବହୁ ବିଜେପି ର ବରିଷ୍ଠ ନେତା ନାମ ଗୋପନ ରଖି କହିଛନ୍ତି। ତେବେ ଉଦ୍ଦେଶ୍ୟ ଯାହା ହେଉ ପଛେ , ବାଙ୍କୀ ବିଜେପି ର ସଞ୍ଜୟ , ଅଜୟ , ସୁବଳ ଏବଂ ଉତ୍କଳଙ୍କର ଗୋଟିଏ ମଞ୍ଚରେ ବସି ଗୋଟିଏ ନିଷ୍ପତ୍ତି ନେବା ନିର୍ବାଚନ ଫଳାଫଳକୁ ଅବଶ୍ୟ ପ୍ରଭାବିତ କରିବ ! ଅନ୍ୟ ପକ୍ଷରେ , ଦଳୀୟ ଘୋଷଣା ପରେ ନିର୍ବାଚନ ମଣ୍ଡଳୀ ସାରା ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି ତୁଷାର ! ଆଗରୁ ଦଳ ଜିଲ୍ଲା ପରିଷଦ ଟିକେଟ ଦେଇଥିଲା ଏବଂ ସେ ବାରଙ୍ଗରେ ପଦ୍ମ ଫୁଟାଇଥିଲେ , ଏବେ ଦଳ ବିଧାୟକ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏବଂ ସେ ବାଙ୍କୀ ରେ ପଦ୍ମ ଫୁଟାଇବେ ବୋଲି ଦୃଢତାର ସହିତ କହିଛନ୍ତି ! ବାଙ୍କୀ ର ଭୋଟ ବ୍ୟାଙ୍କ ଗଣିତ ଯାହା କହୁଛି ଆଗରୁ ବିଜେପି ର ଅନ୍ତ କନ୍ଦଳ ଦଳୀୟ ଭୋଟ କୁ ତିରିଶ ହଜାର ଭିତରେ ସିମୀତ ରଖେ ! ଯାହାକୁ ନେଇ ଶାସକ ଦଳ ପାଇଁ ବିଜୟ ସହଜ ହୁଏ ! ତେବେ ଯଦି ଏଥର ଅସନ୍ତୁଷ୍ଟ ବିଜେପି ଏବଂ କଂଗ୍ରେସ ଭିତରେ କିଛି ବୁଝାମଣା ହୋଇଯାଏ , ସାମନାକୁ ଆସିବ ଭିନ୍ନ ଏକ ସମୀକରଣ ! ଏବେ ଗୋଟାଏ ଯୋଜନା ଅଯୋଗ୍ୟ ନେତା ମାନଙ୍କର ଗେରସ୍ତ ମରୁ ପଛେ ସଉତୁଣୀ ବିଧବା ହେଉ ନୀତିରେ ଉପନୀତ।

Editor Awhawantv contact Mob 8337900918