କ୍ରୀତଦାଶ ଭୂମିକା ଛାଡ଼ି ବାହାର କୁ ଆସ ପ୍ରଣବ _ନାଉରୀ
Come out from Kritdash role Pranab Nauri
ପ୍ରଣବ ବାବୁ, ଆପଣ କ୍ରୀତଦାସ ମାନସିକତା ରଖି ଓଡ଼ିଆ ତଥା ଓଡ଼ିଶାର ସ୍ୱାଭିମାନ ପ୍ରତି ଆଖି ବୁଜିଦେଇଛନ୍ତି । ନିଜେ ଆଗ କ୍ରୀତଦାସ ମାନସିକତାରୁ ବାହାରକୁ ବାହାରନ୍ତୁ ।
ଆପଣଙ୍କ ୨୫ ବର୍ଷ ସରକାର ନିଜ ବିଫଳ ରୂପାନ୍ତରଣକୁ ଲୁଚାଇବାକୁ ଚେଷ୍ଟା କେଲେ ବି କେବେ ଲୁଚିବନି। ଆଜି ରାଜ୍ୟରେ ସାଧାରଣ ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି।
କେଉଁଠି ପିଇବା ପାଣି ମିଳୁନି ତ କେଉଁଠି ଲୋକମାନେ ଡାକ୍ତରଖାନାରେ ସ୍ଵାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି । ଗଣମାଧ୍ୟମରେ ନିତିଦିନ ରୋଗୀମାନେ ଓ ପ୍ରସୂତି ମହିଳା ମାନେ ଖଟିଆରେ ନିଆଯାଉଥିବା ପ୍ରକାଶ ପାଉଛି । ନିକଟରେ କୁଚିଣ୍ଡା ସିମେଲବାହାଲ ଗାଁ ସମେତ ଯୁଯୁମୁରା ବ୍ଲକ ବେଲପାଣି ଗାଁ ସମେତ ଅନେକ ଅଞ୍ଚଳରେ ରୋଗୀଙ୍କୁ ଭାରରେ, ଖଟିଆରେ ନେବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ରାଜ୍ୟବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି ।
ଓଡ଼ିଶାର ଶିଶୁମାନେ ଅପପୁଷ୍ଟିର ଶୀକାର ହେଉଛନ୍ତି । ଆପଣଙ୍କ ଜିଲ୍ଲା ନଗଡାରେ ଆଜି ବି ଲୋକମାନେ ଜର୍ଜରିତ ଅବସ୍ଥାରେ ଅଛନ୍ତି ଓ ସେମାନେ କେଉଁ ଅବସ୍ଥାରେ ଅଛନ୍ତି, ଆପଣମାନେ କେବେ ଭାବିଛନ୍ତି କି?
ରାଉରକେଲା, ସମ୍ବଲପୁର ପରେ ବୁର୍ଲାରେ ହଇଜାରେ ଲୋକ ମୃତ୍ୟବରଣ କଲାବେଳେ ଆଜି ଆପଣଙ୍କ ପୁରୁଣା ଗୃହ ଜିଲ୍ଲା କଟକରେ ମଧ୍ୟ ଜଣ୍ଡିସ ବ୍ୟାପିବାର ଖବର ଆସିଛି। ଭୁବନେଶ୍ୱର ଓ କଟକରେ ଡ୍ରେନରେ ପଡ଼ି ଲୋକମାନେ ମୃତ୍ୟୁବରଣ କରୁଛନ୍ତି ।
୨୫ ବର୍ଷର ରୂପାନ୍ତରଣର ଉପଲବ୍ଧି କ’ଣ ଏସବୁ ?
ଆମ ନେତା ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ପାଇଁ କଣ କରିଛନ୍ତି ସାଧାରଣ ଜନତା ଜାଣିଛନ୍ତି । ୧୯୯୨ ମସିହାରୁ ଆଜି ପର୍ଯ୍ୟନ୍ତ ନିଜ ଛାତ୍ର ରାଜନୀତିକ ଜୀବନରୁ ଆଜି ପର୍ଯ୍ୟନ୍ତ ସମ୍ବଲପୁର ସହ ତାଙ୍କର ସମ୍ପର୍କ ରହିଛି ।
ନିର୍ବାଚନ ଆସିଲା ବୋଲି ଆଜି ଆପଣଙ୍କୁ ସମ୍ବଲପୁର କଥା ମନେ ପଡୁଛି ।