ସଲାଗୁଡ଼ା ବାସୀ କରିବେ ଭୋଟ ବର୍ଜନ ଦେଲେ ଧମକ
The people of Salaguda were threatened if they canceled their vote
କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ବାସୀ ଉପ ଜିଲ୍ଲାପାଳଙ୍କୁ ବିଭିନ୍ନ ମୌଳିକ ସମସ୍ୟାରୁ ବଞ୍ଚିତ ହେଇଥିବା ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ବହୁ ବାର ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବା ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ମାନେ ଶୁଣୁ ନଥିବା କହିଛନ୍ତୀ ଅଞ୍ଚଳବାସୀ ।ତେଣୁ ବଧ୍ୟହୋଇ ଆଜି ଅଞ୍ଚଳରବାସୀ ଜନ ପ୍ରତିନିଧ୍ ନେତୃତ୍ବରେ ଆଜି ଉପ ଜିଲ୍ଲାପାଳ ଭେଟି ତୁରନ୍ତ ଅଞ୍ଚଳର ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।ତତ୍ ସହିତ ଯଦି ଅଞ୍ଚଳର ସମସ୍ୟାକୁ ଦୃଷ୍ଟି ନଦେଲେ ବାଧ୍ୟହୋଇ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।ଅନ୍ୟ ପକ୍ଷରେ ଯଦି ଦେଖିବା ତେବେ ବାରଖମା ଠାରୁ ସଲାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଅନେକ ସମୟରେ ଗମନା ଗମନରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଦୁଇଟି ପଞ୍ଚାୟତ ବାସୀ ଯାହାକି ସଲାଗୁଡ଼ା ଓ ମେଲସିକିଆ ।ଦୀର୍ଘ ବର୍ଷ ହେବ ସଲାଗୁଡ଼ା ପଞ୍ଚାୟତରେ ଟାୱାର ଠିଆହୋଇ ଥିଲେ ସୁଦ୍ଧା ଆଜି ନେଟୱାର୍କ ସେବା ପାଉନାହାନ୍ତି ଲୋକେ । ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।