ଆମ ପିଠିରେ କେତେକାଳ

Sometimes on our backs

Apr 1, 2024 - 18:06
 130
ଆମ ପିଠିରେ କେତେକାଳ

II ବିରକ୍ତ ବଚନ II 

      ଆମ ପିଠିରେ କେତେକାଳ 

ଡେଉଁ ଥିବେ ଦଳଡିଆଁ...!!

ଚିତ୍ତ ମହାପାତ୍ର, 31/03/25

ସାରା ଦେଶରେ ଆଗାମୀ ଲୋକସଭା ଏବଂ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି I 

ଆମ ଓଡିଶାରେ ଉଭୟ ନିର୍ବାଚନ ହେବ I ଏହା ପୂର୍ବରୁ ନେତାଏ ଗୋଟିଏ ଦଳ ଛାଡି ରାତିଏ ଭିତରେ ଆଉଗୋଟିଏ ଦଳରେ ଯୋଗ ଦେଉଛନ୍ତି I ଏହି ଦଳ ବଦଳ ଏକ ରୋଗ ଭାବେ ନେତାଙ୍କ ବାଟ ଦେଇ କର୍ମୀଓ ଭୋଟରଙ୍କୁ ବି ଗ୍ରାସ କରି ଚାଲିଛି I ଆମେ ଯେତେ ଶିକ୍ଷିତ ଓ ସଭ୍ୟ ବୋଲାଉଛେ ହେଲେ ନିର୍ବାଚନ ଆସିଲେ ଏପରି ରୋଗକୁ ବରଣ କରୁଛନ୍ତି I ଆଜି ଯେଉଁ ଦଳ ଭଲ ଥିଲା..ପୁଣି ବର୍ଷ ବର୍ଷ ଧରି ଭଲ ଥିଲା, ସେ ଦଳ ହଠାତ ଖରାପ ହୋଇଗଲା !! ଜଣେ ଜଣେ ନେତା ତାଙ୍କ ଜୀବ ଦଶା ଭିତରେ ଏପରି ବାରମ୍ବାର ଦଳ ବଦଳ କରି ଗଣତନ୍ତ୍ରରେ କ୍ଷମତା ଭୋଗ ଦଖଲ କରାଇ ଚାଲୁଛନ୍ତି I ସେହିପରି ଆଉ କେତେକ ଯୁବକ ହଠାତ ଶାସନରେ ଥିବା ରାଜନୈତିକ ଦଳରେ ମିଶି ଦୁଇ ଚାରିଥର ସଭା ସମିତିରେ ଯୋଗ ଦେବା ବା ପଦେ ଅଧେ ଘୋଷା ଭାଷଣବାଜି କରି ନିଜ ନିଜକୁ ବଡ଼ ଆନ୍ଦୋଳନ କାରୀ ଭାବରେ ଜାହିର କରିଚାଲିଛନ୍ତି... ସେମାନେ ଭାବନ୍ତି ଆନ୍ଦୋଳନ ଅର୍ଥ ଦିନେ ବା ଦୁଇ ଦିନ ଏବଂ ତାପରେ ସିଧା ନେତା.. ହାୟ ରେ ମଣିଷ... ????

ରକ୍ତ ଭିତରେ ପାଣି ଯେପରି ମିଶି ନପାରେ ଠିକ ସେହିଭଳି ଅନ୍ତର ଗ୍ରହଣ କରୁ ନଥିବା ସତ୍ୱେ କ୍ଷମତା ଓ ଅର୍ଥ ସର୍ବୋପରି କ୍ଷଣିକ ଖୁସି ପାଇଁ ନେତାଏ ଦଳ ବଦଳ ରୋଗକୁ ନିମନ୍ତ୍ରଣ କରିବାରେ କୁଣ୍ଠାବୋଧ କରୁନାହାନ୍ତି I ସେପରି ଆଉ କେତେକ ଯୁବ ଗୋଷ୍ଠୀ ଆନ୍ଦୋଳନ କିମ୍ବା ଗଠନ ମୂଳକ ଧାରାବାହିକ ପ୍ରତିବାଦର ସଂଜ୍ଞା ସର୍ବୋପରି ନୀତି ନୈତିକତାକୁ ଭୁଲି ଯେତେ ସବୁ ଲଜ୍ଜ୍ୟାହୀନତାର ନଗ୍ନ ରୂପ ସମାଜ ଉପରେ ନଦି ଦେଇଚାଲିଛନ୍ତି I ଏପରି ଶ୍ରେଣୀର ନେତା କେତେକ ଠିକ ନିର୍ବାଚନ ବେଳକୁ ଏପରି ବିଚିତ୍ର ପ୍ରଦର୍ଶନ କରାଇ ସଭ୍ୟତାକୁ ଚିନ୍ତାରେ ପକାନ୍ତି I ଆମ ସଭ୍ୟତା ପାଇଁ ସବୁଠାରୁ ଚିନ୍ତା ଜନକ ଏହା ଯେ,ଏପରି କେତେକ ରୋଗୀ ନେତା ନିଜର ଅର୍ଥବଳ ବାହୁବଳ ଏବଂ କୁବୁଦ୍ଧି ପ୍ରୟୋଗ କରାଇ ଜନତାଙ୍କୁ କରଗତ କରାନ୍ତି I ଭୟ ଏବଂ ଆତଙ୍କର ପ୍ରକାଣ୍ଡ ପ୍ରଚାର ଏବଂ ପ୍ରଦର୍ଶନରେ ଯନ୍ତ୍ରଣାରେ ଛଟପଟ ଜନତା ବିଚରା ରାସ୍ତା ପାଏ ନାହିଁ, ତିନି ତୁଣ୍ଡରେ ଛେଳି କୁକୁର ହୋଇ ବଂଚିବାକୁ ବାଧ୍ୟ ହୁଏ I କିନ୍ତୁ ଏ ବାଧ୍ୟ ବାଧକତା ସ୍ୱାଧୀନ ଓ ଶିକ୍ଷିତ ଭାରତରେ ଆଉ କେତେ କାଳ ସବାର ହୋଇ 

ରହିଥିବ ?? ଇତିହାସ କହେ..ଯେଉଁ ମାଟିରେ ଗାନ୍ଧୀ, ଗୋପବନ୍ଧୁ, ମଧୂ, ସୁବାଷ ଓ ବୀର ପାଇକ ନେତୃତ୍ୱ ନେଇ ଭୟ ଏବଂ ଆତଙ୍କରାଜକୁ ଗୋଡ଼ାଇ ଗୋଡ଼ାଇ ହଟାଇ ଦେଇଥିଲେ, ପୁରାଣ କହେ.. ଅତିଦର୍ପେ, ହତ ଲଙ୍କା, ଅତି ମାନେଚ କୌରବା... ଅତିଦାନେ ବଳି ବଦ୍ଧ... ଅତି ସର୍ବତ୍ର ଗହୀରତମ... ଆହୁରି ବି ପୁରାଣ କହେ, ବ୍ରହ୍ମଦେବ ଭସ୍ମାସୁରକୁ ଅମର ବର ଦାନ କରିଥଲେ ସତ କିନ୍ତୁ ସାହସ ଓ ବୁଦ୍ଧି ବଳରେ ବି ଭସ୍ମାସୁରକୁ ନିହତ କରାଇଥିଲେ I ତେଣୁ ଏ ମାଟିର ଦାୟାଦ ଆଉ କେତେ ଦିନ ମିଥ୍ୟା ଶଠତାକୁ ସହି ସହି ଅଯାଚିତ ଦାନ ଦକ୍ଷିଣା ଭୋଗ କରି ଚାଲିବ...!! କ୍ଷମତାର ଖୋଳପା ପିନ୍ଧିଥିବା କୁଚକ୍ରୀ ନେତା ଦେହରୁ ଯେଉଁଦିନ ଖୋଳପା ହଟିଯିବ ତାଙ୍କର ସେ ଆତଙ୍କରାଜ ବି ଛାଏଁ ଉଭାନ ହେବ ଏଥିରେ ସନ୍ଦେହ ନାହଁ I ଆମ ମାଟିର ପୁରାଣ ଇତିହାସ ଆମକୁ ଏପରି ଯେଉଁ ଶିକ୍ଷା ଛାଡି ଦେଇ ଯାଇଛନ୍ତି କେବଳ ତାର ପ୍ରୟୋଗ ଭୋଟର ମାତ୍ର 5 ବର୍ଷ ରେ ଥରେ ହିଁ କରାନ୍ତୁ ଏପରି ନିର୍ବାଚନ ସମୟରେ I ସେଇଥି ପାଇଁ କୁହାଯାଇଛି ଭୋଟର ହୁଡ଼ିଲେ 5 ବରଷ

I

Editor Awhawantv contact Mob 8337900918