ଓସେପା ଅଫିସ୍ ରେ ପଡିବ ତାଲା
OSEPA office will be locked
ଆରଟିଇ ପିଲାଙ୍କୁ ମାଗଣା ବହି ନଦେଲେ ଓସେପା ଅଫିସରେ ତାଲା: ଓଡିଶା ଅଭିଭାବକ ମହାସଂଘ
===================
ଭୁବନେଶ୍ୱର ତା 30 ରିଖ l ଆରଟିଇ ପାରଦର୍ଶୀ ସ୍କିମରେ 25% ସିଟରେ ମାଗଣାରେ ପାଠ ପଢ଼ୁଥିବା ପିଲାମାନେ ଓଡିଶା ଅଭିଭାବକ ମହାସଂଘର ବହୁ ବାର ଦାବୀ ଓ ଅଭିଯୋଗ ସହ ଘେରାଓ ପରେ ମଧ୍ୟ୍ୟ ପୂର୍ବ ଦୁଇ ବର୍ଷର ବହି, ଡ୍ରେସ, ଜୋତା ଆଦିର ପଇସା ଏ ପର୍ଯନ୍ତ ଫେରସ୍ତ ପାଇ ପାରି ନାହାନ୍ତି l ସେପଟେ ଏବର୍ଷ ମଧ୍ୟ ପ୍ରାଇଭେଟ ସ୍କୁଲ ମାନେ ଗରିବ ଅଭିଭାବକ ମାନଙ୍କୁ ଉପର ଶ୍ରେଣୀକୁ ଉନ୍ନୀତ ହେବା ପରେ ଚଳିତ ବର୍ଷ ପାଇଁ ହଜାର ହଜାର ଟଙ୍କା ଦେଇ ବହି କିଣିବାକୁ ବାଧ୍ୟ କରୁଛନ୍ତି l ଏବର୍ଷ ମଧ୍ୟ ଏହି ଯୋଜନାରେ ପ୍ରଥମେ ପର୍ଯ୍ୟାୟ ରେ 17235 ଜଣ ପିଲା ନାମ ଲେଖେଇବାକୁ ମନୋନୀତ ହୋଇଥିବାବେଳେ ଆଗକୁ ଦ୍ଵିତୀୟ ପର୍ଯ୍ୟାୟ ପାରଦର୍ଶୀ ପୋର୍ଟାଲ ରେ ଯୋଗ୍ୟ ପ୍ରାୟ କୋଡିଏ ହଜାର ପିଲା ତାଙ୍କୁ ପୁଣି ଦୁଇ ହଜାର ରୁ ଛଅ ହଜାର ଟଙ୍କା ଗଣି ବହି ଜୋତା ଡ୍ରେସ କିଣି ବାକୁ ବାଧ୍ୟ ହେବେ l ଯୋଜନାରେ ମାଗଣା ସିଟରେ ପଢ଼ୁଥିବା ପିଲା ଆଇନ ଅନୁଯାଇ ମାଗଣାରେ ବହି, ଡ୍ରେସ, ଜୋତା ଆଦି ପାଇବାର ସୁବିଧା ଥିଲେ ମଧ୍ୟ ବିଭାଗୀୟ ତାଗିଦ ଅଭାବରୁ ହଜାର ହଜାର ଟଙ୍କା ଗଣିଛନ୍ତି l ବହୁବାର ଓଡିଶା ଅଭିଭାବକ ମହାସଂଘ ମନ୍ତ୍ରୀ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ଓ ଘେରାଓ ମଧ୍ୟ୍ୟ କରିଥିଲେ ହେଲେ ଏପର୍ଯ୍ୟନ୍ତ ଅଭିଭାବକ ମାନଙ୍କୁ ନ୍ୟାୟ ମିଳି ନାହିଁ l ଏ ସଂକ୍ରାନ୍ତରେ ପୁଣିଥରେ ସଚିବଙ୍କୁ ଦାବୀ ସହିତ ଚରମ ବାଣୀ ଜଣାଇ ଦିଆଯାଇଛି ଯଦି ସାତ ଦିନ ଭିତରେ ସମସ୍ୟା ସମାଧାନ ନହୁଏ ବାଧ୍ୟ ହୋଇ ମହାସଂଘ ଆସନ୍ତା 8 ତାରିଖ ପରେ ଓସେପା ଅଫିସକୁ ତାଲା ପକେଇ ଧାରଣା ଦେବା ପାଇଁ ନିଷ୍ପତି ନେଇଛି ବୋଲି କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତୀ