କଟକ ରେ ଭୁଲ୍ ପାର୍ଥୀ ଚୟନ କଲେ ବିଜେପି କୁ ପଡିବ ମହଙ୍ଗା

BJP will have to pay dearly if it chooses the wrong party in Cuttack

Mar 29, 2024 - 00:49
 287

କଟକ _ (ଅଜୟ କୁମାର ପଣ୍ଡା) ଲୋକସଭା ନିର୍ବାଚନ ୨୦୨୪ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ଏହୀ ପରିପେକ୍ଷୀରେ ରାଜ୍ୟ ରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଡା ମୁକାବିଲା ଦେଖିବାକୁ ମିଳିବ, କିନ୍ତୁ ରାଜ୍ୟ ର ପ୍ରମୁଖ ଲୋକସଭା କ୍ଷେତ୍ର କଟକ ପାଇଁ ରାଜ୍ୟ ଶାସନ ରେ ଥିବା ବିଜେଡ଼ି ତାର ଲୋକସଭା ପାଥି ସପ୍ତୁନ୍ତ ମିଶ୍ର ଙ୍କ ନାମ ଘୋଷଣା କରିଥିବା ବେଳେ ବିଜେପି କଟକ ଲୋକସଭା ପାଇଁ ତାହାର ପାର୍ଥି ଘୋଷଣା କରିନାହିଁ। କିନ୍ତୁ ଛଅଥର ଜିତିଥିବା ସାଂସଦ ଭର୍ତ୍ତୁହରି ମହତ୍ତାବ ଆଜି ଆନୁଷ୍ଠାନିକ ଭାବେ ବିଜେପି ରେ ଯୋଗଦାନ କରିଛନ୍ତି । ଅପର ପଟେ ଫିଲ୍ମ ତାରକା ବିଜେଡ଼ିର ପୁର୍ବତନ ସାଂସଦ ସିର୍ଦ୍ଧାନ୍ତ ମହାପାତ୍ର ବିଜେଡ଼ି ଛାଡି ବିଜେପି ରେ ଯୋଗଦାନ କରିଛନ୍ତି। କିନ୍ତୁ ଏବେ ବିଭିନ୍ନ ମହଲ ରେ ଚର୍ଚା ହେଉଛି ଏହି ଦୁଇ ଜଣକ ମଧ୍ୟରୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଜଣକୁ ଟିକେଟ ଦେବ ବିଜେପି। ଏହା ଜଣା ପଡ଼ିବା ପରେ ବିଜେପି କର୍ମୀ ଙ୍କ ମଧ୍ଯ ରେ ନୌରାଶ ଭାବ ଦେଖିବାକୁ ମିଳୁଛି। ଯାହା କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ଚର୍ଚା ଚାଲିଛି, ଏକ ତରଫା ଭାବେ ବିଜେଡ଼ିର ବିଜୟ ହେବ,।ବିଗ୍ରତ ଦିନ ରେ ବିଜେପି ରାଜ୍ୟ ଉପସଭାପତି ଡ୍ର ପିସି ମହାପାତ୍ର ଙ୍କ ନାମ ଚର୍ଚ୍ଚା ହେଉଥିଲା 

ସେ ମଧ୍ୟ କଟକ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ବୁଲି ବିଜେପି ପାଈଁ ସଭା ସମିତି କରିବା ସହ ଲୋକ ଙ୍କ ସହିତ ଯୋଡି ହେବା ସହ ଆଦୃତି ଲାଭ କରିଥିଲେ ଦଳୀୟ କର୍ମୀ ମାନଙ୍କ ସହିତ ଅନ୍ୟ ଦଳରୁ ମଧ୍ଯ। ଲୋକମତ ତାଙ୍କ ସପକ୍ଷ ରେ ବୋହିବା ଆରମ୍ଭ କରିଥିଲା । କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ସାଂସଦ ପାର୍ଥୀ ଭାବେ ପପୁଲାର ବ୍ୟକ୍ତି ବିଶେଷ ଭାବରେ ସଧାରଣ ଜନତା ତାଙ୍କୁ ଗ୍ରହଣ କରିନେଇଥିଲେ। କିନ୍ତୁ ଏହା ଜାଣିପାରି ବିଜେଡ଼ି ଭର୍ତୂହରି ଙ୍କୁ ଟିକେଟ ଦେବନି ନିଷ୍ପତ୍ତି ନେବା ପରେ। ଭର୍ତ୍ତୁହରୀ ଜାଣି ପାରିଥିଲେ ଟିକେଟ ମିଳୁନି ବୋଲି ଦଳ ଛାଡିଥିଲେ । ତାଂକ ଲୋକ ପ୍ରୀୟତା କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ସେଭଳୀ ଭାବେ ଲୋକେ ପ୍ରିୟତା ନଥିବାରୁ ବିଜେପି ଯଦି ଟିକେଟ ଦିଏ ନିଶ୍ଚିତ ବିଜୟ ହାସଲ କରିବ ବିଜେଡି। ଯଦି ଦଳ ପିସି ମହାପାତ୍ର ଙ୍କୁ ଟିକେଟ ଦିଏ ତାହାଲେ ବିଜୟ ସମ୍ଭାବନା ରହିବ । ନହଲେ ବିଜେପି ନିଜ ଗୋଡ ରେ କୁରାଢି ମାରିବା ସଦୃଶ୍ୟ ହେବ

Editor Awhawantv contact Mob 8337900918