ଗରିବ ଗୁହାରୀ ଶୁଣିବା ହେଉ ହେ ମଣିମା
O Manima, let the poor be heard
ଯେଉଁ ଘରେ ରହୁଛନ୍ତି ସେଠି ମଣିଷ କଣ ପଶୁବି ରହିବେନି
କୁଜଙ୍ଗ:ପ୍ରକୃତ ହିତାଧିକାରୀଙ୍କ ପାଖରେ ନପହଞ୍ଚି ଅଧାବାଟରେ ବାଟମଣା ହେଉଛି ସରକାରୀ ଯୋଜନା। ସରକାରୀ ଯୋଜନା ସତେ ଯେମିତି ସେମାନଙ୍କ ପାଇଁ ହୋଇଛି ସାତ ସପନ। ପ୍ରକୃତ ହିତାଧି କାରୀଙ୍କ ପାଖରେ ସରକାରୀ ଯୋଜନା ଅପହଞ୍ଚ ହୋଇଛି | ବାରମ୍ବାର ଗୁହାରୀ କରି କରି ନୟାନ୍ତ ହେଲେବି କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାର ତଦନ୍ତ କରାଯାଇ ବିନା ସୁଧରେ ଋଣ ଯୋଗ ଦିଆଯିବ ବୋଲି କହିଛନ୍ତି କୁଜଙ୍ଗ ବିଡିଓ । କୁଜଙ୍ଗ ବ୍ଳକ୍ ପଙ୍କପାଳ ଗ୍ରାମରୁ ଏହି ରିପୋର୍ଟ..
ସମସ୍ତଙ୍କୁ ମିଳିବ ପକ୍କା ଘର । ଏଥିପାଇଁ ସରକାରଙ୍କ ଅନେକ ଯୋଜନା କରିଛନ୍ତି । କିନ୍ତୁ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ନପହଞ୍ଚି ଅଧାବାଟରେ ବାଟମଣା ହେଉଛି । ସରକାରୀ ଯୋଜନ ସତେ ଯେମିତି ସେମାନଙ୍କ ପାଇଁ ସାତ ସପନ ହୋଇଛି । ପ୍ରକୃତ ହିତାଧିକାରୀଙ୍କ ପାଖରେ ସରଚାରୀ ଆବାସ ଯୋଜନା ଅପହଞ୍ଚ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ୍ ପଙ୍କପାଳ ଗ୍ରାମର ନିଦ୍ୟାନଦ ଓଝାଙ୍କ ପରିବାର କ୍ଷେତ୍ରରେ । ୧୯୯୯ ମସିହା ମହାବାତ୍ୟାରେ ଘର ଭାଙ୍ଗିଯିବା ପରେ ଜରି ପକା ଭଙ୍ଗା କୁଡିଆରେ ମୁଣ୍ଡ ଗୁଞ୍ଜିଛନ୍ତି | ଭଙ୍ଗା କାନ୍ଥ, ଚାଳ ଛପର ଘର ଫଟା କାନ୍ଥ ଭିତରେ ରହୁଛନ୍ତି। ତା ସାଙ୍ଗକୁ ସାପ ଓ ମୂଷା ଙ୍କ ପାଦ୍ରୁ ଭାବ ଏଭଳି ସ୍ଥିତିରେ ରହୁଛନ୍ତି ନିଦ୍ୟାନନ୍ଦଙ୍କ ୪ଜଣିଆ ପରିବାର । ଦବି ଯାଇଥିବା ଘରର କବାଟ ମଧ୍ୟ ଚାଲୁନି । ଯେଉଁଠି ରୋଷେଇ ଘର ସେଇଠି ବିଛଣା, ଯେଉଁଠି ଠାକୁର ସେଇଠି ସବୁ । ଛେଳି ଗୁହାଳ ଏବଂ କୁକୁରମଳ ପଡିଥିବା ପରିବେଶ— ଶୋଉଛନ୍ତି ପୂରା ପରିବାର । ଘର ଖଣ୍ଡେ ପାଇଁ ବାରମ୍ବାର ଆବେଦନ କରିଛନ୍ତି, ହିତାଧିକାରୀ ତାଲିକାରେ ନିତ୍ୟାନନ୍ଦଙ୍କ ପତ୍ନୀ ପ୍ରତିମା ପନ୍ତ୍ରୀଙ୍କ ନାଁ ବି ବାହାରିଛି । ମାତ୍ର ଏଯାଏ ସରକାରୀ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ନାହିଁ । ୱାର୍ଡ ମେମ୍ବର, ଠାରୁ ସରପଞ୍ଚଙ୍କ ଠାରୁ ନେଇ ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖକୁ ଦୌଡ଼ି ଦୌଡି ନୟାନ୍ତ ହେଲେଣି | ହେଲେ କୌଣସି ସୁଫଳ ମିଳୁନାହିଁ ।
ନିତ୍ୟାନନ୍ଦ ପାଇଁ ସରକାରୀ ସହାୟତା କାହିଁକି ନାହିଁ ? ସେ କଣ ଆବାସ ଯୋଜନା ପାଇବାକୁ ଯୋଗ୍ୟ ନୁହଁନ୍ତି ? ଧନି ପାଉଛନ୍ତି ହେଲେ ଯୋଗ୍ୟ ହିତାଧି କାରୀ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ କିଛି ସମାଜସେବୀ ନିତ୍ୟାନନ୍ଦ ଙ୍କୁ କୌଣସି ନା କୌଣସି ଉପାୟରେ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି | କିଛି ସରକାରୀ ସହାୟତା ମିଳିଲେ ସେମାନେ ଆଉ କିଛି ଅନୁଦାନ ମିଶାଇ ଘ ର କରିବାରେ ସହାୟତା କରିବେ ବୋଲି କହିଛନ୍ତି | ଅନ୍ୟପଟେ ଘଟଣାର ତଦନ୍ତ କରାଇ ବିନା ସୁଧରେ ନିତ୍ୟାନନ୍ଦଙ୍କୁ ପରିବାର କୁ ରୁଣ ଯୋଗାଇ ଦେବେ ବୋଲି କୁଜଙ୍ଗ ବିଡିଓ କହିଛନ୍ତି ।
ଦୀର୍ଘ ୨୫ ବର୍ଷ ହେଲାଣି ଘର କରିବାକୁ ଯାହାର ସାମର୍ଥ୍ୟ ନାହିଁ, । ରୁଣ ଶୁଝିବାକୁ ସେ ସମର୍ଥ ହେବ କିପରି । ଦେଖିବାକୁ ବାକି ରହିଲା ପ୍ରଶାସନ ଏକ ନମ୍ବର ସରକାର୍ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।