କେବେ ସୁଧୁରିବ ପୁରୀ ପ୍ରଶାସନ
When will the Puri administration improve?
ଐତିହ୍ୟ ସହରର ବିକଳ ଚିତ୍ର ।ସହରକୁ ସ୍ବଚ୍ଛ ରଖିବା ପାଇଁ ପବିତ୍ର ପୁରୀ ଗର୍ବ ଗୌରବ କୁ ମାଟିରେ ମିଶାଇ ସାରିଲାଣି ପୁରୀ ପ୍ରଶାସନ।ଆମରି ନାରାର ଉଡିଛି ଧଜିଆ କୁଢକୁଢ ଆବର୍ଜନାରେ ଭରପୁର ପୁରୀର ପେଣ୍ଠକଟା ସ୍ବର୍ଣ୍ଣାଭ ବେଳାଭୂମି। ନଳାପାଣି ଓ ଅସନା ପାଣି ସମୁଦ୍ରର ନୀଳ ଜଳରାଶିରେ ମିଶି ସମୁଦ୍ରକୁ କରୁଛି ପ୍ରଦୂଷିତ ବିପଦରେ ଛୋଟଛୋଟ କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ଓ ସମୁଦ୍ର ଭିତରେ ରହୁଥିବା ମାଛ ଓ କଇଁଚ୍ଛ ସବୁଦେଖଖି ଚୁପ୍ ଜିଲ୍ଲା ପ୍ରଶାସନ। ସେପଟେ ପୌରପାଳିକା ନିର୍ବାଚନ ନ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ପୁରୀ ବିଧାୟକ କହିଥିବା ବେଳେ ପ୍ରଶାସନର ଅବହେଳା ଓ ଅପାରଗତାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଖୁବଶୀଘ୍ର ପୁରୀ ପେଣ୍ଠକଟା ବେଳାଭୂମିରୁ ଅଳିଆ ହଟିବ ଓ ବ୍ୟାପକ ସଚେତନତା କରାଯିବ କହିଛନ୍ତି ଜିଲ୍ଲାପାଳ
ଭଲକରି ନଜର ପକାନ୍ତୁ ପୁରୀ ପେଣ୍ଠକଟା ବେଳାଭୂମିର ସଙ୍ଗୀନ ସ୍ଥିତି ଉପରେ । ଯୁଆଡେ ଦେଖୁବେ ଖାଲି ଅଳିଆ ଆବର୍ଜନା I ଦୁର୍ଗନ୍ଧରୁ ବି ନିସ୍ତାର ନାହିଁ। ପ୍ରାୟ 2000 ତେଲୁଗୁ ସଂପ୍ରଦାୟର ମତ୍ସ୍ୟଜୀବୀ ପରିବାର ଏହି ବେଳାଭୂମି ଉପରେ ନିର୍ଭରଶୀଳ ଥିବା ବେଳେ ସେମାନଙ୍କ ପିଲାମାନଙ୍କ ଭାଗ୍ୟ ଭବିଷ୍ୟତ ଓ ସ୍ବାସ୍ଥ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ ପଲଥିନ ଓ ପ୍ଲାଷ୍ଟିକ ବୋତଲ୍ ସହ ମତ୍ସ୍ୟଜୀବୀ ପରିବାର ବ୍ୟବହାର କରୁଥିବା ମଇଳା ପାଣି ସମୁଦ୍ରର ନନୀଳ ଜଳରାଶିରେ ମିଶି ଏହାକୁ ବିଷାକ୍ତ ଓ ପ୍ରଦୂଷିତ ମଧ୍ଯ କଲାଣି। କିନ୍ତୁ ସବୁ ଦେଖ୍ ଚୁପ୍ ଜିଲ୍ଲା ପ୍ରଶାସନ ଓ ପୁରୀ ପୌରସଂସ୍ଥା । ଏପରିକି ପ୍ରାୟ ପରିବାରରେ ଶୌଚାଳୟ ନ ଥିବାରୁ ଏହି ସ୍ବର୍ଣ୍ଣାଭ ବେଳାଭୂମିକୁ ପାଇଖାନା ରୂପେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ସେପଟେ ପୌର ସଂସ୍ଥାର ଅଳିଆ ଉଠା ଗାଡି ଏଠାକୁ ଆସୁନାହିଁ ବୋଲି ମଧ୍ୟ ସାଙ୍ଘାତିକ ଅଭିଯୋଗ ହୋଇଛି। ତେଲୁଗୁ ସଂପ୍ରଦାୟର ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ବେଳାଭୂମିର ସ୍ବଚ୍ଛତା ଉପରେ ସଚେତନତା କରାଯାଉନଥିବା କହି ପ୍ରଶାସନ ଓ ପୌର ସଂସ୍ଥାର ଅବହେଳା ଓ ଅପାରଗତାକୁ ସିଧାସଳଖ ଦାୟୀ କରିଛି ବେଳାଭୂମି ସୁରକ୍ଷା ପରିଷଦ
ସେପଟେ ଦୀର୍ଘବର୍ଷ ହେବ ପୁରୀରେ ପୌରସଂସ୍ଥା ନିର୍ବାଚନ ନ ହେବାରୁ ପେଣ୍ଠକଟାରେ ଏଭଳି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ବାରମ୍ବାର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ଆକ୍ସନ ଜିରୋ ବୋଲି କହି ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି ବିଧାୟକ ସେପଟେ ପୌରସଂସ୍ଥା ସହ ଏ ସମ୍ପର୍କରେ ଆଲୋଚନା କରାଯାଇ ଯୁଦ୍ଧକାଳୀନ ଭିଭିରେ ପେଣ୍ଠକଟା ବେଳାଭୂମିକୁ ପରିଷ୍କାର କରାଯିବା ସହ ସ୍ବଚ୍ଛତା ଉପରେ ସଚେତନତା କରାଯିବ କହିଛନ୍ତି ଜିଲ୍ଲାପାଳ ।
ବିଭିନ୍ନ ଦେଶ ବିଦେଶରୁ- ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳାଭୂମିକୁ ପରିଷ୍କାର ଓ ସ୍ବଚ୍ଛ କରି କରି ଓଡ଼ିଶା ର ଇଜ୍ଜତ ବଞ୍ଚେଇବ ଜିଲ୍ଲା ପ୍ରଶାସନର କେବେ ପେଣ୍ଠକଟା ବେଳାଭୂମି ଉପରେ ନଜର ପଡିବ ତାହା ଦେଖିବାକୁ ବାକି ରହିଲା I