ଭସା ପକ୍ଷରୁ ଔଷଧୀୟ ଗଛ ର ଉପକାରିତା ସଂପର୍କରେ ଆଲୋଚନା

ଭସା ପକ୍ଷରୁ ଔଷଧୀୟ ଗଛ ର ଉପକାରିତା ସଂପର୍କରେ ଆଲୋଚନା

Aug 25, 2024 - 10:23
 31
ଭସା ପକ୍ଷରୁ ଔଷଧୀୟ ଗଛ ର ଉପକାରିତା ସଂପର୍କରେ ଆଲୋଚନା

ଭୁବନେଶ୍ୱର _ଔଷଧୀୟ ଉଦ୍ଭିଦର ଚାଷ ଓ ଏହାର ବହୁଳ ବ୍ୟବହାର ସଂପର୍କରେ ଦୁଇ ଦିନିଆ ତାଲିମ ଜାତୀୟ ଔଷଧୀୟ ଉଦ୍ଭିଦ ପରିଷଦ, ନୂଆଦିଲ୍ଲୀ , ରାଜ୍ୟ ଉଦ୍ଭିଦ ପରିଷଦ, ବେସରକାରୀ ସଂଗଠନ ,, ଭାଷା,, ର ମିଳିତ ଆନୁକୁଲ୍ୟରେ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଅଗଷ୍ଟ 24 ଓ 25 ତାରିଖ ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ସଭା କଷରେ ଅନୁଷ୍ଠିତ ହୋଯାଇଅଛି । ମୁଖ୍ୟ ଅତିଥି ତଥା ଭାଷାର ସମ୍ପାଦିକା ଜୟନ୍ତୀ ସାହୁଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟନ କରାଯାଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଷୀ , ପାରମ୍ପରିକ ବୈଦ୍ୟ ଓ ଔଷଧୀୟ ବୃକ୍ଷପ୍ରେମୀ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଚିତ୍ରଲେଖା ମହାନ୍ତି, ସଭାପତି ବି କେ ଦାସ, ସମ୍ପାଦକ ଗୋବିନ୍ଦ ଦାସ ପ୍ରମୁଖ ଯୋଗ ଦେଇ ତାଲିମ ଶିବିରର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଆୟୁର୍ବେଦିକ ଡାକ୍ତର କ୍ଷିରୋଦ କୁମାର ରଥ ଓ ପ୍ରଫେସର ସୁବାସ ଚନ୍ଦ୍ର ସ୍ୱାଇଁ ପ୍ରଫେସର କୁମରବର ଦାସ ପ୍ରମୁଖ ଯୋଗଦେଇ ଔଷଧୀୟ ବୃକ୍ଷ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହାପରେ ସମସ୍ଥ ଅଂଶଗ୍ରହଣ କରିଥିବା ସଦସ୍ୟ ମାନଙ୍କୁ ଭୁବନେଶ୍ୱର ସ୍ଥିତ ଔଷଧୀୟ ଉଦ୍ୟାନକୁ ପରିଦର୍ଶନ ନିମନ୍ତେ ନିଆ ଯାଇଥିଲା । ଏହି ତାଲିମ ସିବିରର ମୁଖ୍ୟ ଉଦ୍ଦେଶ୍ୟ ହେଇଛି ଚାଷୀ ମାନେ ଯେପରି ଔଷଧୀୟ ବୃକ୍ଷକୁ ବହୁଳ ପରିମାଣରେ ଚାଷ କରି ଅଧିକ ଲାଭବାନ ହେବେ ଓ ଔଷଧୀୟ ବୃକ୍ଷକୁ ବିଭିନ୍ନ ରୋଗର ନିଦାନ ଭାବେ ବ୍ୟବହାର କରି ଉପକୃତ ହୋଇ ପାରିବେ । ଆୟୁର୍ବେଦ ଗ୍ରନ୍ଥରେ କୁହାଯାଇଛି , ପୃଥିବୀ ପୃଷ୍ଠରେ ଯେତେ ପ୍ରକାର ବୃକ୍ଷ ଅଛି ସବୁଥିରେ ଔଷଧୀୟ ଗୁଣ ଅଛି। ଧିରେ ଧିରେ ବହୁ ଔଷଧୀୟ ବୃକ୍ଷର ବହୁଳ ବ୍ୟବହାର ଯୋଗୁଁ ବହୁ ବୃକ୍ଷ ବିଲୁପ୍ତ ହେବାକୁ ବସିଲାଣି। ତେଣୁ ଔଷଧୀୟ ବୃକ୍ଷର ପ୍ରଚାର ପ୍ରସାର ଓ ଚାଷୀଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଯୋଗାଇ ଦେଲେ ଆଗାମୀ ଦିନରେ ଔଷଧୀୟ ବୃକ୍ଷର ସଂରକ୍ଷଣ ହୋଇପାରିବ ।

Editor Awhawantv contact Mob 8337900918